ସବୁ ରାଜସ୍ବ ଅଫିସ୍‌ରେ ଲାଗିବ ବାୟୋମେଟ୍ରିକ୍

0

ଓଡ଼ିଆ ନ୍ୟୁଜ୍: କର୍ମଚାରୀଙ୍କ ଉପସ୍ଥାନ ପାଇଁ ସବୁ ରାଜସ୍ବ ଅଫିସ୍‌ରେ ଲାଗିବ ବାୟୋମେଟ୍ରିକ୍। ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି। ଅଧିକାଂଶ ଷ୍ଟାଫ୍ ଓ ଅଫିସରମାନେ ବିଳମ୍ବରେ ଆସୁଥିବାରୁ ପଦକ୍ଷେପ।

ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ପ୍ରେରଣ କରିଛନ୍ତି। ସମସ୍ତ ରାଜସ୍ବ କାର୍ଯ୍ୟାଳୟର ତଳ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ବାୟମେଟ୍ରିକ ଉପସ୍ଥାନ ଲାଗୁ ହେବ। ଏହାଫଳରେ ସମସ୍ତ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚିବେ ବୋଲି ଆଶା କରାଯାଉଥିବା ଏହି ଚିଠିରେ କୁହାଯାଇଛି।

Leave A Reply

Your email address will not be published.