ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ୪ ମୃତ

0

ଓଡ଼ିଆ ନ୍ୟୁଜ୍: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ; ୪ ମୃତ।ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ।କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପାଇଁ ଭାସିଗଲା।ପାହାଡ଼ରୁ ଧସିଲା ମାଟି; ୪ ମୃତ ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ।ଅନେକ ଘର ଓ ହୋଟେଲ ଭାସିଗଲା, ୫୦ରୁ ଊର୍ଦ୍ଧ୍ବ ନିଖୋଜ।ଉଦ୍ଧାର କାର୍ଯ୍ୟରେ NDRF ଓ SDRF ଟିମ୍‌ ମୁତୟନ।

ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫାଟିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଜି ଗଙ୍ଗୋତ୍ରୀ ଧାମ ଏବଂ ମୁଖୱା ନିକଟରେ ଅବସ୍ଥିତ ଧରାଲି ଗାଁରେ ବାଦଲ ଫାଟିବା ଯୋଗୁଁ ପାଖରେ ଥିବା ନଦୀର ଜଳସ୍ତର ବଢ଼ିଥିଲା। ଏହା ଫଳରେ ହଠାତ୍ ନଦୀର ପାଣି କୂଳରେ ଥିବା ସବୁ ଘରକୁ ଭସାଇ ନେଇଥିଲା। ପାହାଡ଼ରୁ ତଳିଆ ଅଞ୍ଚଳ ଆଡକୁ ଦ୍ରୁତ ବେଗରେ ପାଣି ପ୍ରବାହିତ ହେବାରୁ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସମ୍ପତ୍ତିର ବହୁତ କ୍ଷତି ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଘରର ଭଗ୍ନାଂଶ ସହ ପାଣି ମାଡ଼ିଆସିବାରୁ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବା‌ ସନ୍ଦେହ କରାଯାଉଛି। ଏବେ ବି ବର୍ଷା ଲାଗି ରହିଥିବାରୁ ପୁଣି ଥରେ ବାଦଲ ଫାଟି ବନ୍ୟା ଆସିବାର ଆଶଙ୍କା ରହିଛି।ତେବେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି।

Leave A Reply

Your email address will not be published.