କେନ୍ଦ୍ରାପଡ଼ା ଯୁବତୀ ପୋଡି ଘଟଣା, ମୁଁ ନିଜେ ତଦନ୍ତ କରିବି: ଏସ୍‌ପି

0

ଓଡ଼ିଆ ନ୍ୟୁଜ୍: ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା।ମୁଁ ନିଜେ ତଦନ୍ତ କରିବି କହିଲେ କେନ୍ଦ୍ରାପଡ଼ା ଏସ୍‌ପି। ‘କେଉଁ ପରିସ୍ଥିତିରେ ଯୁବତୀ ଜଳିଗଲେ ତାହାର ତଦନ୍ତ କରିବି।ଫୋରେନ୍‌ସିକ୍‌ ଟିମ୍‌ ଆସିଲା ପରେ ତଦନ୍ତ ଆଗକୁ ବଢ଼ିବ।‘ପୋଲିସ ଏତଲା ଗ୍ରହଣ କରି ନ ଥିବା ଅଭିଯୋଗର ବି ତଦନ୍ତ ହେବ। କେନ୍ଦ୍ରାପଡା ଗାଁରେ ଆଜି ଘର ଭିତରେ ଜଣେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ମୃତ ଯୁବତୀଙ୍କ ବାପା ଓ ମା’ଙ୍କ ସହିତ କଥା ହୋଇଛି। ଯୁବତୀ ଯେତେବେଳେ ଜଳି ଯାଇଥିଲେ, ତାଙ୍କର ବାପା କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। କିନ୍ତୁ ସେମାନେ ଶତ ଚେଷ୍ଟା କରି ମଧ୍ୟ ଯୁବତୀଙ୍କୁ ବଞ୍ଚାଇ ପାରି ନଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ପୁଲିସ କର୍ମଚାରୀ ତଥା ପଳେଇବାବୁ ଯଦି ଅଭିଯୋଗ ରଖିନଥିବେ ଏହାର ତଦନ୍ତ ହେବ। ତଦନ୍ତ ପରେ ସବୁ ସତ ପଦାକୁ ଆସିବ। ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.