ବଜ୍ରପାତରେ ମା-ଝିଅ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ୍: ବଜ୍ରପାତରେ ମା-ଝିଅ ଗୁରୁତର। ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଡିଆ କପିଳେଶ୍ୱରରେ ଆଜି ବଜ୍ରପାତ ଘଟିଛି। ବଜ୍ରପାତରେ ମା’ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନରେ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା।

ସେତିକିବେଳେ ବଜ୍ରପାତ ଘଟି ବୁଲି ସାହୁ(୪୦) ଏବଂ ତାଙ୍କ ମା’ ଚାନୁ ରଣସିଂ(୬୦) ଗୁରୁତର ହୋଇପଡିଥିଲେ।ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାରେ ଭତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.