ଓଡ଼ିଆ ନ୍ୟୁଜ୍:ଟ୍ୟୁସନ୍ରୁ ଉଠାଇ ନେଇ ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ।ଉଦଳା ଥାନା ଅଞ୍ଚଳର ଏକ ଜଙ୍ଗଲରେ ଗଣଦୁଷ୍କର୍ମ ଉଦ୍ୟମ ଅଭିଯୋଗ।ନାବାଳିକାର ପୁରୁଷ ବନ୍ଧୁ ଗିରଫ, ଅନ୍ୟ ୪ ଜଣ ଫେରାର।ମୟୁରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣକ ଘରୁ ବାହାରି ଟ୍ୟୁସନ୍ ଯାଇଥିଲେ। ହେଲେ ପୁରୁଷ ବନ୍ଧୁଙ୍କ ସହ ଅନ୍ୟ ୪ଜଣ ଯୁବକ ଟ୍ୟୁସନ୍ରୁ ନାବାଳିକାଙ୍କୁ ଉଠାଇ ନେଇ ଏକ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଥିଲା।ହେଲେ ନାବାଳିକା ଜଣକ କୌଶଳ କ୍ରମେ ଖସିଆସି ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଛି।