ଓଡ଼ିଆ ନ୍ୟୁଜ୍: ମନମୋହନ ସାମଲଙ୍କ ବଡ଼ ଘୋଷଣା।୧୫ କିମ୍ବା ୨୦ ତାରିଖ ପରେ ନିଗମ, ବୋର୍ଡ ଓ କମିଟି ହୋଇପାରେ।ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ବିଜେପି ସଭାପତି ମନମୋହନ ସାମଲ। ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ।ତାଲିକା ଦିଲ୍ଲୀରେ ହୁଏନି ଓଡ଼ିଶାରେ ହୁଏ କହିଲେ ମନମୋହନ।ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସହ ବୈଠକ ହୋଇଛି।ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।
ମନମୋହନ ସାମଲ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଦଳୀୟ ନେତାମାନଙ୍କ ସହ ଆଲୋଚନା ଓ ଚର୍ଚ୍ଚା ପରେ ନିଷ୍ପତ୍ତି ନିଆଯିବ।” ଏହା ସହିତ ସେ ସଙ୍ଗଠନିକ କାର୍ଯ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଦିଲ୍ଲୀରେ ଆଲୋଚନା ହୋଇଥିବା ଉଲ୍ଲେଖ କରିଛନ୍ତି।
ଏହା ପୂର୍ବରୁ ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ସଭାପତି ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ଏହି ବିଷୟରେ କୌଣସି ଆଲୋଚନା ହୋଇ ନାହିଁ। ତେବେ, ନିଗମ ଓ ବୋର୍ଡ ନିଯୁକ୍ତି ନେଇ ରାଜ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି।