ଓଡ଼ିଆ ନ୍ୟୁଜ୍: ଲକ୍ଷ୍ମୀପୁରରେ ପୁଣି କଙ୍ଗାରୁ କୋର୍ଟ । ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି । ସମ୍ପର୍କୀୟ ଭାଇ ଭଉଣୀ ବାହା ହେଲେ ବୋଲି ବେକରେ ଜୁଅଳେି ପକାଇ ହଳ କରାଇଲେ ଗାଁ ଲୋକେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଆସିଛି ଏମିତି ଏକ ଅଭାବନୀୟ ଦୃଶ୍ୟ । ଦୁଇ ଯୁବକ ଯୁବତୀ ସମ୍ପର୍କରେ ଭାଇ ଭଉଣୀ । ସମ୍ପର୍କୀୟ ଭାଇ ଓ ଭଉଣୀ ହୋଇଥିବାରୁ ଶୁଦ୍ଧି ପାଇଁ ଗାଁ ଦାଣ୍ଡରେ ହଳ କରେଇଲେ ଗ୍ରାମବାସୀ ।
ହେଲେ ଏଠି ଦୃଶ୍ୟ ଟିକେ ଅଲଗା କାରଣ ପୂର୍ବ ଚିତ୍ରରେ କାନ୍ଧରେ ଯୁଆଡ଼ି ପକାଇ ହଳ କରାଯାଇଥିଲା ଆଉ ଏବେ ସ୍ବାମୀ ଆଗେ ଆଗେ ଗଲା ବେଳକୁ ସ୍ତ୍ରୀ ପଛେ ପଛେ ଯାଇ ହଳ କରୁଛି ।ହଳ କରିବା କାରଣ ହେଲା ମାଟି ମାଆ କୁ କ୍ଷମା ମାଗିବା, ନିଜକୁ ଶୁଦ୍ଧି କରିବା । ସେମାନେ ବାହା ହେବାରୁ ପରମ୍ପରା ନାଁରେ ନିର୍ଯାତନା ଦିଆଯାଇଛି । ପ୍ରେମ ସମ୍ପର୍କ ପରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ତେବେ ଏହା ପରମ୍ପରା ବିରୋଧୀ ହୋଇଥିବାରୁ ପ୍ରେମୀ ଯୁଗଳଙ୍କୁ ଏମିତି କଡ଼ା ଶାସ୍ତି ଦିଆଯାଇଛି ।