ଆସନ୍ତାକାଲିଠୁ ବଦଳିବ ପାଗ

0

ଓଡ଼ିଆ ନ୍ୟୁଜ୍: ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।୨ ଦିନ ଧରି ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳ ବର୍ଷା।ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା, ୨୬ ଜିଲ୍ଲାକୁ ୟେଲୋ ଆଲର୍ଟ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି । ଆସନ୍ତା କାଲିଠାରୁ ରାଜ୍ୟରେ ବଢିବ ବର୍ଷା ପରିମାଣ ଓ ବିସ୍ତୃତି । ୧୩ ତାରିଖ ବେଳକୁ ପବନର ବେଗ ଅଧିକ ଯୋଗୁ ସମୁଦ୍ର ଅଶାନ୍ତ ରହିବ ।

ତେଣୁ ଏହି ସମୟରେ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୧୩ ତାରିଖରେ ହିଁ ଲଘୁଚାପ କ୍ଷେତ୍ର ଦକ୍ଷିଣ ଓଡିଶା ତଥା ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷାର ସମ୍ଭାବନା ରହିଛି ।

Leave A Reply

Your email address will not be published.