ଫ୍ୟାନଙ୍କୁ ଧକ୍କା ମାରିଲେ ଜୟା ବଚ୍ଚନ

0

ଓଡ଼ିଆ ନ୍ୟୁଜ୍: ଫ୍ୟାନଙ୍କୁ ଧକ୍କା ମାରିଲେ ଜୟା ବଚ୍ଚନ। ଜଣେ ଫ୍ୟାନ ସେଲଫି ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଧକ୍କା ମାରିଛନ୍ତି ଜୟା ବଚ୍ଚନ।ତେବେ କନଷ୍ଟିଚ୍ୟୁସନ କ୍ଲବରେ ଜୟା କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଅଜାଣତରେ ତାଙ୍କ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିଲେ । ତାଙ୍କ ପାଖକୁ ଆସି ମୋବାଇଲ କାଢି ସେଲ୍ଫି ନେଉଥିଲେ । ଆଉ ଏତିକି ବେଳେ ହଠାତ୍ ଜୟାଙ୍କ ନଜର ପଡିଯିବା ପରେ ସେ ରାଗି ଯାଇଥିଲେ । ଆଉ ବ୍ୟକ୍ତିଙ୍କୁ ଧକ୍କା ମାରି ଗାଳି କରିଥିଲେ ।

ଭିଡିଓ ଦେଖି ଲୋକେ ଜୟାଙ୍କ ଏଭଳି ବ୍ୟବହାରକୁ ନାପସନ୍ଦ କରିବା ସହ ତାଙ୍କୁ ଅହଙ୍କାରୀ, ଗର୍ବୀ ବୋଲି କମେଣ୍ଟ କରିଛନ୍ତି । ତେବେ ସେଲିବ୍ରିଟିଙ୍କ ସହ ସେଲ୍ଫି ନେବାକୁ ସଭିଙ୍କର ଇଚ୍ଛାଥାଏ । ଯଦିଓ ସେ ବ୍ୟକ୍ତି ଜୟାଙ୍କ ଅନୁମତି ନନେଇ ସେଲ୍ଫି ନେବାକୁ ଉଦ୍ୟମ କରିଛନ୍ତି, ହୋଇପାରେ ତାହା ତାଙ୍କ ଭୁଲ । ମାତ୍ର ଜଣେ ଜନ ପ୍ରତିନିଧି ଭାବେ, ଜଣେ ସେଲିବ୍ରିଟି ଭାବେ ତାଙ୍କର ଏଭଳି ବ୍ୟବହାର କରିବା ଉଚିତ ନଥିଲା ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.