ହାଇଦ୍ରାବାଦରେ ଦୁର୍ଘଟଣା, ୩ ଓଡ଼ିଆ ଶ୍ରମିକ ମୃତ

0

ଓଡ଼ିଆ ନ୍ୟୁଜ୍: ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ। ସିକନ୍ଦରକମାମ ଗାଁରେ ଭ୍ୟାନ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ। ମୃତକ ୩ ଜଣ ଉମରକୋଟ ବକଡ଼ାବେଡ଼ା ଗାଁର। ଦାଦନ ଖଟିବାକୁ ଯାଇଥିଲେ, ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଥିଲେ।ମିଳିଥିବା ସୂଚନା ଅନୁସାରେ ୧୧ ଦିନ ତଳେ ବକଡ଼ାବେଡ଼ା ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ।

ସେମାନେ କିସାରା ଥାନା ଅନ୍ତର୍ଗତ ସିକେନ୍ଦର କମମ ଅଞ୍ଚଳରେ ରାସ୍ତାପାର୍ଶ୍ଵରେ ଗଛ ଲଗାଇବା କାର୍ଯ୍ୟରେ ଏହି ୧୪ ଜଣ ଶ୍ରମିକ ନିୟୋଜିତ ଥିଲେ। ତେବେ ଗତକାଲି ଗଛ ଲଗାଉ ଥିବା ସମୟରେ ପଛ ପଟୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଟିଜି ୦୮ଟି ୨୪୯୬) ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରାଙ୍କର ମୃତ୍ୟୁ ଘଟିଥିଲା। ସେଠାକାର ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କରୁଥିବା ଗାଡ଼ିକୁ ଜବତ କରିବା ସହ ୩ ମୃତ ଶରୀରକୁ ହସ୍ପିଟାଲ ନେଇ ଶବ ବ୍ୟବଛେଦ କରିଥିଲା।

Leave A Reply

Your email address will not be published.