ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ମାଓବାଦୀ

0

ଓଡ଼ିଆ ନ୍ୟୁଜ୍: ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ। ପଶ୍ଚିମ ସିଂହଭୂମ ଗୋଏଲକେରା ଥାନା କୋଲହାନ ଜଙ୍ଗଲରେ ଗୁଳି ବିନିମୟ। ମୃତକ ଛତିଶଗଡ଼ର ଅରୁଣ କାର୍କି, ମୁଣ୍ଡ ଉପରେ ଥିଲା ୨ ଲକ୍ଷର ପୁରସ୍କାର।ସେପଟେ କାଂକେର ଜିଲ୍ଲାରେ ବ ଏନକାଉଣ୍ଟର ହୋଇଛି ଏନକାଉଣ୍ଟର ରେ 2 ମାଓବାଦୀ ନିହତ ହୋଇଛନ୍ତି। ଏମାନେ ଆରକେବି ଡିଭିଜନର ସକ୍ରିୟ ସଦସ୍ୟ ଥିଲେ। ନିପାତ ହୋଇଥିବା ଦୁଇ ମାଓବାଦୀ ହେଲେ ଏସଜେଡସି ବିଜୟ ରେଡ୍ଡୀ ଏବଂ ଡିଭିସି ଲୋକେଶ ସଲାମେ।

ସୂଚନା ଅନୁସାରେ କାଙ୍କେର ଜିଲ୍ଲାର ମାନପୁର ମୋହଲା ଅଂଚଳରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ତେବେ ସକାଳରୁ ପ୍ରବଳ ବର୍ଷା ସତ୍ତ୍ବେ ଯବାନ ମଦନବାଡ଼ା ଥାନା ଅଂଚଳର ରେତଗାଓଁ ନିକଟସ୍ଥ ଜଂଗଲରେ ଚଢ଼ଉ କରିଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

Leave A Reply

Your email address will not be published.