ଓଡ଼ିଆ ନ୍ୟୁଜ୍:ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ।ସ୍ବାଧୀନତା ପାଇବା ପରଠାରୁ ଆମେ ଲୋକତନ୍ତ୍ରକୁ ଆପଣାଇଛୁ। ଲୋକତନ୍ତ୍ରକୁ ଆଧାର କରି ଆମ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟ କରୁଛି।ମୁଖ୍ୟତଃ ୪ଟି ସ୍ତମ୍ବକୁ ନେଇ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପରିପୂର୍ଣ୍ଣ।୧- ନ୍ୟାୟ, ୨- ସ୍ବାଧୀନତା, ୩- ସମାନତା, ୪- ଭ୍ରାତୃତ୍ବ।
ବାସ୍ତବରେ ଭାରତ ବର୍ଷ ହେଉଛି ଲୋକତନ୍ତ୍ରର ଜନନୀ। ଆମ ପାଇଁ ସମ୍ବିଧାନ ଓ ଗଣତନ୍ତ୍ର ସବୁଠୁ ଊର୍ଦ୍ଧ୍ବରେ।ଆଜିର ଦିନରେ ଦେଶ ବିଭାଜନ ଦୁଃଖକୁ ଭୁଲି ପାରି ନାହୁଁ।ଏବେ ଦେଶ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଛି।ଦେଶରେ ସହରାଞ୍ଚଳ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସରକାର ମେଟ୍ରୋ ରେଲ୍ ଯୋଜନାକୁ ବଢ଼ାଇ ଚାଲିଛନ୍ତି।