ନିଜକୁ ଜାଳିଦେଲେ ଯୁବକ !

0

ଓଡ଼ିଆ ନ୍ୟୁଜ୍: ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ। ବାଲିପାଟଣା ଛକରେ ପେଟ୍ରୋଲ୍ ଢାଳି ଜଳିଗଲେ ଯୁବକ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର। ଦେହ ୮୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ସୂଚନା।ସମ୍ପତ୍ତି ଭାଗ ବଣ୍ଟା ଓ ପାରିବାରିକ ବିବାଦ କେନ୍ଦ୍ର କରି ଘଟଣା ଘଟି ଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ଯୁବକଙ୍କ ବାପା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବୋଲି ଜଣାପଡ଼ିଛି। ବାପା ସୁରେନ୍ଦ୍ର ନାଥ ମଠିଆ ପୁଲିସ ବିଭାଗରେ ଏଏସ୍‌ଆଇ ଭାବେ ଚାକିରି କରିଥିଲେ। ଏକାଧିକ ଥର ଲାଞ୍ଚ କାରବାରରେ ଛନ୍ଦି ହେବା ପରେ ଚାକିରିରୁ ବହିଷ୍କୃତ ହୋଇଥିଲେ। ସୁରେନ୍ଦ୍ରଙ୍କ ୨ଜଣ ପତ୍ନୀ। ପ୍ରଥମ ପତ୍ନୀଙ୍କ ପୁଅ ଜ୍ୟୋତି ରଞ୍ଜନ ଅଟନ୍ତି। ଜ୍ୟୋତିଙ୍କ ମୃତ୍ୟୁ ପରେ ସୁରେନ୍ଦ୍ର ଅନ୍ୟତ୍ର ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କ ଦୁଇଟି ପୁଅ ଏବଂ ଝିଅ। ଝିଅର ବିବାହ ପରେ ମୃତ୍ୟୁ ହୋଇଯାଇଥିଲା।

ସୁରେନ୍ଦ୍ର ବାଲିପାଟଣା ଛକରେ ଦୀର୍ଘ ବର୍ଷ ହେଲା ପରିବାର ସହ ରହି ଆସୁଥିଲେ। ପ୍ରଥମ ପତ୍ନୀଙ୍କ ପୁଅ ବୋହୁ ଏବଂ ନାତିକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସୁରେନ୍ଦ୍ର ଦ୍ୱିତୀୟ ପତ୍ନୀଙ୍କ ନାମରେ ବାଲିପାଟଣା ତହସିଲ ଅଧୀନରେଗୋଟିଏ ଜମି କିଣି ଥିଲେ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀଙ୍କ ପୁଅ ନାମରେ ଉକ୍ତ ସମ୍ପତ୍ତି ଲେଖି ଦେଇଥିଲେ। ଏହାକୁ ନେଇ ପରିବାରରେ କଳହ ଲାଗି ରହିଥିଲା।

Leave A Reply

Your email address will not be published.