ଓଡ଼ିଆ ନ୍ୟୁଜ୍: ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା।ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି।ଡିହାଇଡ୍ରେସନ୍ ଯୋଗୁଁ ହସ୍ପିଟାଲ୍ରେ ଭର୍ତ୍ତି ସୂଚନା।ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲ୍ ପକ୍ଷରୁ ସୂଚନା।ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
କିଛି ଦିନ ପୂର୍ବରୁ ମୁମ୍ବାଇର କୋକିଳବେନ ହସ୍ପିଟାଲରେ ଅପରେଶନ କରାଇ ଫେରିଥିବା ନବୀନଙ୍କର ସ୍ୱାସ୍ଥ୍ୟବସ୍ଥା ଆଉ ମଧ୍ୟ ଠିକ ନ ଥିବା ଜଣାପଡ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେ ଅସୁସ୍ଥ ଥିବା କଥା ଜଣାପଡ଼ିଥିଲା, ହେଲେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସୁସ୍ଥ ଥିବା ଦାବି କରିଥିଲେ।