ମୋଦିଙ୍କ ସହ କଥା ହେଲେ ପୁଟିନ୍

0

ଓଡ଼ିଆ ନ୍ୟୁଜ୍:ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ରୁଷିଆ ରାଷ୍ଟ୍ରପତି ପୁଟିନ୍।ଫୋନ୍ ଯୋଗେ କଥା ହେଲେ ଉଭୟ ନେତା।ଆଲାସ୍କାରେ ଟ୍ରମ୍ପଙ୍କ ସହ ବୈଠକକୁ ନେଇ ଆଲୋଚନା କଲେ।ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି।ୟୁକ୍ରେନ୍ ସହ ଶାନ୍ତି ଚୁକ୍ତିକୁ ଭାରତ ସବୁବେଳେ ସମର୍ଥନ କରୁଛି କହିଲେ ମୋଦି।

ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଜରିମାନା ଲଗାଇଛନ୍ତି ଓ ଆଗକୁ ଆହୁରି ୨୫ପ୍ରତିଶତ ଲଗାଇବାକୁ ଧମକ ଦେଇଛନ୍ତି । ଏହି କାରଣରୁ ଆଲାସ୍କାରେ ହୋଇଥିବା ଟ୍ରମ୍ପ-ପୁଟିନ ସାକ୍ଷାତ ଭାରତ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।

Leave A Reply

Your email address will not be published.