ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ

0

ଓଡ଼ିଆ ନ୍ୟୁଜ୍: ପୁଣି ଭକ୍ତଙ୍କ ଭାବାବେଗ ସହ ଖେଳ। ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ । ଅନଲାଇନ ଆପ୍‌ରେ ଏଭଳି ବିଜ୍ଞାପନ ଦେଖିବାକୁ ମିଳିଛି । ମହାପ୍ରସାଦ ନାମରେ ଜଗନ୍ନାଥଙ୍କ ଖଜା ବିକ୍ରି ସହ ନିର୍ମାଲ୍ୟ ମଧ୍ୟ ବିକ୍ରି ହେଉଥିବାର ବିଜ୍ଞାପନ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ପୁରୀ ସାଇବର ଥାନାରେ ଏତଲା ଦିଆଯାଇଛି ।

ବାରମ୍ବାର ଏହି ଘଟଣା ଘଟୁଥିବାରୁ ଏନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ସେନେଇ ପ୍ରଶ୍ନ ଉଠାଇଛି ଆପ୍ । ଏଣୁ ତୁରନ୍ତ ପୁରୀ ସାଇବର ଥାନା ପଦକ୍ଷେପ ନେବା ସହ ସମ୍ପୃକ୍ତ ଅନଲାଇନ ସଂସ୍ଥା ଉପରେ କଡ଼ା ଆକ୍ସନ ନେବାକୁ ଦାବି ହୋଇଛି । 

Leave A Reply

Your email address will not be published.