ଓଡ଼ିଆ ନ୍ୟୁଜ୍: ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ବେଳେ ମୁଖ୍ୟ ପ୍ରସ୍ତାବକ ଭାବେ ଉପସ୍ଥିତ ଥିଲେ । ନାମାଙ୍କନ ପତ୍ର ଦାଖଲ କଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍। ସେ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି। ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ ଏନଡିଏ ସାଂସଦ ଉପସ୍ଥିତ ଥିବା ଦେଖାଯାଇଥିଲା। ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପ୍ରଥମ ପ୍ରସ୍ତାବକ ହୋଇଥିଲେ ବୋଲି ଜଣାପଡ଼ିଛି।
ସିପି ରାଧାକୃଷ୍ଣନଙ୍କ ନାମାଙ୍କନ ଦାଖଲ ସମୟରେ ଏନଡିଏ ମଧ୍ୟରେ କେତେ ଏକତା ରହିଛି, ତାହା ସ୍ପଷ୍ଟ ଦେଖାଯାଇଥିଲା। ବିଜେପି ତଥା ସହଯୋଗୀ ଦଳର ସାଂସଦମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ପଟେଲ, ରାଜନାଥ ସିଂ, ଜେପି ନଡ୍ଡା, ଚିରାଗ ପାସୱାନ, ଲଲନ ସିଂ, ଜିତନ ରାମ ମାଞ୍ଜୀ ମାଞ୍ଝି, କିରେନ ରିଜିଜୁ ଏବଂ ଅର୍ଜୁନ ରାମ ମେଘୱାଲ ମଧ୍ୟ ଉପସ୍ଥିତ ଥିଲେ।