୧୮ରେ ବିଧାନସଭା ଅଧିବେଶନ

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୧୮ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ।୨୫ ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନ।ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା।ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୨୫ ତାରିଖ ଯାଏଁ ଅଧିବେଶନ ଚାଲିବ । ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିବ । ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ ରହିଛି । ତେବେ ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି।

ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତର ମଗାଯିବ ବୋଲି ବିରୋଧୀ କହିଛନ୍ତି । କଡ଼ା କାଉଣ୍ଟର ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହେଉଛି ।ମୌସୁମୀ ଅଧିବେଶନରେ ବିଜିନେସ୍ ଆଡଭାଇଜରୀ କମିଟିର ନିଷ୍ପତ୍ତି ଅନୁସାରେ କିଛି ବିଲ୍ ଆସିପାରେ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଯେଉଁ ପ୍ରସଙ୍ଗ ରହିଛି, ସେ ବାବଦରେ ଆଲୋଚନା ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ ତାକୁ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

Leave A Reply

Your email address will not be published.