ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ। କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ । ସ୍କାନର୍ରେ ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ । ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୫ଟି ସ୍ଥାନରେ ରେଡ୍ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୭ ଜଣିଆ ଟିମ୍ର ଚଢାଉ । କିଶୋର ସାହାଣୀଙ୍କ ନାଁରେ ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗ ।
କଟକ ଜିଲାରେ ଥିବା ସାହାଣୀଙ୍କ ସମ୍ପର୍କୀୟ ୫ଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି। ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ସ୍ପେଶାଲ ଜଜ୍ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରୁଛି।