ଆଜି ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ

0

ଓଡ଼ିଆ ନ୍ୟୁଜ୍: NAC ମାନ୍ୟତା ଦାବିରେ ବୋରିଗୁମ୍ମାରେ ବନ୍ଦ ପାଳନ।ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ଡାକରା।ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଛି ବନ୍ଦ ଡାକରା।ଓଡ଼ିଶାର ୭ଜିଲ୍ଲାରେ ୧୨ଟି ଏନଏସି ଘୋଷଣା ପରେ ତେଜୁଛି ଆନ୍ଦୋଳନ। ଏହି ଆନ୍ଦୋଳନରେ ଶାସକ ଓ ବିରୋଧୀ ଦଳ ସହ ବିଭିନ୍ନ ସଂଗଠନ ମଧ୍ୟ୍ୟ ସାମିଲ ହେଉଥିବାର ଦେଖିବାକୁ ମିଳୁଛି। ଜୋର ଧରିଛି ଏନଏସି ଦାବି।

ଆଗରୁ କଟକର ସାଲେପୁର, ରାୟଗଡ଼ା ଜିଲ୍ଲାର ପଦ୍ମପୁର ଓ ବଲାଙ୍ଗୀରଜିଲ୍ଲା ବେଲପଡ଼ାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି କରିବା ଦାବିରେ ବନ୍ଦ ପାଳନ ହୋଇସାରିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ବନ୍ଦ ପାଳନ କରାଯାଉଛି। ବେଗୁନିଆରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଜରୁରୀକାଳୀନ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଛି । ତାଲିକାରେ ଥାଇ ମଧ୍ୟ ବେଗୁନିଆ ନାଁ ଡ୍ରାଫ୍ଟ ନୋଟିଫିକେସନରେ ନଥିବାକୁ ନେଇ ଆନ୍ଦୋଳନ କରିଛନ୍ତି ଲୋକେ ।

Leave A Reply

Your email address will not be published.