ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିଯିବ: ରାଜସ୍ବ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା।ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ଅଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ଅଛି।ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଂଚାୟତ ପ୍ରଭାବିତ ହୋଇଛି।ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ମୃତାହତ ଖବର ନାହିଁ, ବେଶି ସମୟ ପାଣିରେ ରୁହନ୍ତୁ ନାହିଁ; ସାପ ବିପଦ ଅଛି। ଆଶ୍ରୟସ୍ଥଳୀକୁ ଆସନ୍ତୁ, ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି।କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି, ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିଯିବ।

ଅନ୍ୟପକ୍ଷେ ଲୋକଙ୍କୁ ସମସ୍ତ ସେବା ଯୋଗାଇବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୂଦ୍ଧା ବନ୍ୟା ଜନିତ ମୃତାହତ ଖବର ନାହିଁ। ବେଶି ସମୟ ପାଣିରେ ରୁହନ୍ତୁ ନାହିଁ, ସାପ ବିପଦ ରହିଛି। ଆଶ୍ରୟସ୍ଥଳୀକୁ ଆସିବାକୁ ଜନସାଧାରଣଙ୍କୁ ମନ୍ତ୍ରୀ ନିବେଦନ କରିଛନ୍ତି। ଏପରିକି ବନ୍ୟା ସମୟରେ ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ତୁରନ୍ତ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦିଆଯାଇଛି। ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.