ଓଡ଼ିଆ ନ୍ୟୁଜ୍: ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ।ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶା ଟିମ୍। କାହିଁକି ସେହି ରାଜ୍ୟକୁ ଯାଉଛନ୍ତି, ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବୁ।କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବସିଡି ଯୋଗୁଁ ଦାଦନ କମିଛି।ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛୁ।