ଓଡ଼ିଆ ନ୍ୟୁଜ୍: ପଦ୍ମପୁର ପାଇକମାଳରେ ଧାନ୍ଦୁପାଲି ଗାଁର ଦନ୍ତା ଆତଙ୍କ।ସ୍ବାମୀ, ସ୍ତ୍ରୀ ଫସଲ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର।ମୃତକ ଧାନ୍ଦପାଲି ଗାଁର ବଳରାମ ରଣା ଓ ପତ୍ନୀ ଶଶୀ ରଣା।ଫସଲ ଜଗିବା ହେଲା କାଳ। ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ। ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଘଟିଛି ଏଭଳି ଏକ ଅଘଟଣ। ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା ନିଜ ବିଲରେ ପରିବା ଚାଷ କରିଥିଲେ। ସବୁଦିନ ପରି ଗତକାଲି ରାତିରେ ଦମ୍ପତି ରାତିରେ ଫସଲ ଜଗିଥିଲେ।
ଆଜି ସକାଳେ ତାଙ୍କ ପରିବାର ଲୋକ ବିଲକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।