ଡୋଡାରେ ବାଦଲ ଫଟା, ୩ମୃତ

0

ଓଡ଼ିଆ ନ୍ୟୁଜ୍:ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଜାରି । ଡୋଡାରେ ବାଦଲ ଫଟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ଅନ୍ୟପକ୍ଷେ ବର୍ଷା ବିତ୍ପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଧରାଲି ଭଳି ଭୟଙ୍କର ବାଦଲ ଫଟା ବର୍ଷା ପରେ ରଚିଲା ତାଣ୍ଡବ। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଥିବା ବେଳେ ସ୍କୁଲ ଛୁଟି କରି ଦିଆଯାଇଛି।ଡୋଡାରେ ଲଗାତାର ବର୍ଷା, ଭୂସ୍ଖଳନ, ମାଟି ଅତଡା ଓ ପଥର ଖସିବା ଭଳି ଘଟଣା ଦେଖିବାକୁ ମିଳୁଛି।

ଯେଉଁ କାରଣରୁ ଜାତୀୟ ରାଜପଥ ସହ ବହୁ ଅଞ୍ଚଳ ବନ୍ଦ ହୋଇଯାଇଛି। ଡୋଡା ଜିଲ୍ଲାର ଭଲେସା ଅଞ୍ଚଳରେ ଆଜି ବାଦଲ ଫଟା ବର୍ଷା ଘଟଣା ସାମନାକୁ ଆସିଛି। ଏହି କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବହୁ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବର୍ଷା ପରେ ପଥର ଖସିବାର ଦେଖିବାକୁ ମିଳିଛି। ପାଣିପାଗ ବିଭାଗ କଠୁଆ, ସାମ୍ଭା, ଡୋଡା, ଜମ୍ମୁ, ରାମବନ ଓ କିଶତଓ୍ବାଡା ସହ ଜମ୍ମୁର ବହୁ ଅଞ୍ଚଳରେ ଚେତାବନୀ ଜାରି କରିଛି।

Leave A Reply

Your email address will not be published.