ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ । ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ । ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ ।
ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ ହୋଇଛି ।