କମିଛି ବନ୍ୟା ପାଣି, ବଢିଛି ଦୁର୍ଦଶା

0

ଓଡ଼ିଆ ନ୍ୟୁଜ୍: କମୁଛି ପାଣି, ବଢୁଛି ଲୋକଙ୍କ ଦୁର୍ଦଶା। ଦଶରଥପୁର ବ୍ଲକ ବୈତରଣୀ ଶାଖା କାଣୀ ନଦୀ ଅହିୟାସସ୍ଥ ଦରଘା ଠାରେ ୧୭୦ ଘାଇ ମୁହଁ ଦେଇ ପ୍ରବାହିତ ବନ୍ୟା ଜଳ ହ୍ରାସ ପାଇଛି। କିନ୍ତୁ ବିପନ୍ନଙ୍କ ଦୁର୍ଦଶା ବଢ଼ିଯାଇଛି। ଘାଇ ହୋଇ ବନ୍ୟା ଆସିବା ପୂର୍ବରୁ ଲୋକେ କିଛି ଜାଣିବା ଜାଣିପାରିନଥିଲେ, ଏଣୁ ଘରର ଆସବାବ ପାତ୍ର କିଛି ଉଦ୍ଧାର ହୋଇପାରିନଥିଲା। କାହାର ଗାଈ ଭାସିଯାଇଛି ତ କାହାର ମୋଟର ଗାଡ଼ି, ଟଙ୍କା,ଦରକାରୀ କାଗଜପତ୍ର, ଅନ୍ୟାନ୍ୟ ଆସବାବପାତ୍ର ଭାସିଯାଇଛି।ଏଥିରୁ ବଞ୍ଚିଯାଇଥିବା କିଛି ସାମଗ୍ରୀକୁ ଧୋଇ ସାଇତି କରୁଛନ୍ତି ପରବାର ଲୋକେ। ଘର ଏବଂ ଦୋକାନ ଭିତରେ ଧୋରା ବାଲି ଅଳିଆ ଆବର୍ଜନା ପଶିରହିଛି। ଦୋକାନରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଦୋକାନର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏବେ ବି ବହୁତ ରାସ୍ତା ଉପରେ ୧ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି।

Leave A Reply

Your email address will not be published.