ଓଡ଼ିଆ ନ୍ୟୁଜ୍: ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାପାନ ଓ ଚୀନ୍ ଗସ୍ତ । ୪ଦିନିଆ ଜାପାନ ଓ ଚୀନ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ୨୯ ଓ ୩୦ ତାରିଖ ଦୁଇ ଦିନ ଜାପାନ ଗସ୍ତ କରିବେ ।
ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଚୀନ୍ ଗସ୍ତ କରିବେ । ଜାପାନ ଗସ୍ତ କାଳରେ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗଦେବେ । ଏହା ପରେ ଚୀନ୍ ଗସ୍ତ କାଳରେ ମୋଦୀ ତିଆନଜିନରେ ସାଙ୍ଘାଇ ସମନ୍ବୟ ସଂଗଠନ-ଏସସିଓ ବୈଠକରେ ଯୋଗଦେବେ ।