ଓଡ଼ିଆ ନ୍ୟୁଜ୍: GST ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସମିଟ୍।କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ‘କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି’।‘ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବଢ଼ିବ’। ‘କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ’।କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ- ମୁଖ୍ୟମନ୍ତ୍ରୀ। GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ।ଜିଏସ୍ଟି ଛାଡ଼ ଯୋଗୁଁ ଅଧିକ ଲୋକେ ସ୍ବାସ୍ଥ୍ୟବୀମା କରିବେ।
ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଏହା ଦ୍ୱାରା ବେଶ୍ ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବି ବଢ଼ିବ। କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ। କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ। GST ଛାଡ଼ ଯୋଗୁ ଅଧିକ ଲୋକ ସ୍ବାସ୍ଥ୍ୟବୀମା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ପ୍ରେସ୍ମିଟ୍ରେ କହିଛନ୍ତି।