ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ଭୟଙ୍କର ବନ୍ୟା ସ୍ଥିତି, ଫୁଲୁଛି ଯମୁନା ନଦୀ।୨୦୭ ମିଟର ଟପିଲା ଯମୁନା ନଦୀର ଜଳସ୍ତର। ୧୯୭୮ ଓ ୨୦୨୩ ପରେ ଦ୍ବିତୀୟ ସର୍ବାଧିକ ଜଳସ୍ତର। ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିଲା ଯମୁନା ବନ୍ୟା ପାଣି।ସଚିବାଳୟକୁ ଯିବା ଗୋଟିଏ ରାସ୍ତା ବନ୍ଦ କଲା ପ୍ରଶାସନ।ଐତିହାସିକ ନିଗମବୋଧ ଶ୍ମଶାନ ଘାଟର ଭୁଶୁଡ଼ିଲା କାନ୍ଥ।ତଳି ଅଞ୍ଚଳରେ ପଶିଲା ବନ୍ୟା ପାଣି, ରାସ୍ତାଘାଟ ବି ବୁଡ଼ିଲା।ପାଣି ଜମିବା ଯୋଗୁଁ ବିଭିନ୍ନ ରାସ୍ତାରେ ଟ୍ରାଫିକ୍ ଜାମ୍।
ଯମୁନାର ଜଳ ରାସ୍ତାକୁ ବି ନଦୀ ସଜାଇବାକୁ ବସିଲାଣି । ନଈ ଏତେ ଫୁଲୁଛି ରାସ୍ତା ବି ନଈ ପରି ଦିଶୁଛି । ଆଉ ସେଥିରେ ଗାଡ଼ି ମଟର ଯିବା ଆସିବା କରିବା ମୁସ୍କିଲ ହେଉଛି । ସେପଟେ ବେଲା ରୋଡରେ ଅଣ୍ଟେ ଯାଏଁ ପାଣି ବଢିଛି । କଲେଜ, ଘର ସବୁ ପାଣି ଘେରରେ ଥିବା ବେଳେ ରାସ୍ତା ଦିଶୁନି । ଅନ୍ୟପଟେ ଅଲିପୁର ଥାନା ଅଞ୍ଚଳରେ ଥିବା ଏନଏଚ-୪୪ରେ ଥିବା ଓଭରବ୍ରିଜରେ ବିରାଟ ଗାତ ସୃଷ୍ଚି ହୋଇଛି । ଫ୍ଲାଏଓଭରର ଖଣ୍ଡେ ଅଂଶ ଦବି ଯିବା ଫଳରେ ରାସ୍ତାରେ ଏକ ଅଟୋ ଦୁର୍ଘଟଣାର ଶିକାର ହୋଇଛି ।