ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

0

ଓଡ଼ିଆ ନ୍ୟୁଜ୍: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ । ବାମନ ରୂପୀ ବାଳକ ବେଶରେ ଉଭା ହେବେ ଶ୍ରୀଜଗନ୍ନାଥ । ରାଜବେଶ ଧାରଣ କରିବେ ଶ୍ରୀବଳଭଦ୍ର । ସାଧାରଣ ବେଶରେ ସଜ୍ଜିତ ହେବେ ମା’ ସୁଭଦ୍ରା । ମଧ୍ୟାହ୍ନ ଧୂପ ପରେ ବଳିବାମନ ବେଶରେ ବିଭୂଷିତ ହେବେ ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ। ବଡ଼ସିଂହାର ପୂଜା ପର୍ୟ୍ୟନ୍ତ ଏହି ବେଶ ରହିବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ ଅଳଙ୍କାର ବିଭୁଷୀତ କରାଯିବ।

ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ଶହ ଶହ ବର୍ଷ ଧରି ମହାପ୍ରଭୁଙ୍କ ବଳିବାବନ ବେଶ ଅନୁଷ୍ଠିତ ହୋଇଆସୁଛି। ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ମହାପ୍ରଭୁ ଶ୍ରୀ ବାମନ ରୁପରେ ଜନ୍ମ ନେବାପରେ ତାପରଦିନ ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ । ଆଜି ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥାନ୍ତି ।

Leave A Reply

Your email address will not be published.