ସରକାରୀ ଅଫିସ୍‌ରେ BSNL ବାଧ୍ୟତାମୂଳକ

0

ଓଡ଼ିଆ ନ୍ୟୁଜ୍: ଏଣିକି ସମସ୍ତ ସରକାରୀ ଅଫିସ୍‌ରେ BSNL ନେଟ୍‌ୱାର୍କ ବାଧ୍ୟତାମୂଳକ।ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି।ସବୁ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର ହେବ BSNL ଇଣ୍ଟରନେଟ୍।BSNL ବ୍ରଡ୍‌ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍, ଲିଜ୍‌ ଲାଇନ୍‌ ସେବା ବ୍ୟବହାର ହେବ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଇଲୋକ୍ଟ୍ରୋନିକକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସବୁ ବିଭାଗକୁ ଚିଠି ଲେଖିଛି। ଏହି ଆଧାରରେ ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବିଏସ୍‌ଏନ୍‌ଏଲ୍‌ ଇଣ୍ଟରନେଟ, ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ୍‌ ଲାଇନ୍‌ ସେବା ବ୍ୟବହାର ହେବ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମବାୟ ବିଭାଗ ଏନେଇ ନିର୍ଦେଶାବଳୀ ଜାରି କରିଛି। ରାଜ୍ୟର ସମସ୍ତ ଡିଆରସିଏସ୍‌, ଏଆରସିଏସ୍‌ଙ୍କୁ ସମବାୟ ନିର୍ଦ୍ଦେଶକଙ୍କ ଚିଠି ଜାରି ହୋଇଛି। ଯେଉଁଠାରେ ଏପରି ସେବା ଉପଲବ୍ଧ ଏବଂ ବୈଷୟିକ ଭାବରେ ସମ୍ଭବ, ସେଠାରେ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍ ଏବଂ ଲିଜ୍ ଲାଇନ ସଂଯୋଗ ପାଇଁ ବିଏସ୍‌ଏନ୍‌ଏଲ୍‌ ସେବାର ବ୍ୟବହାର ସୁନିଶ୍ଚିତ କରିବେ।

Leave A Reply

Your email address will not be published.