ଓଡ଼ିଆ ନ୍ୟୁଜ୍: ହଠାତ୍ ଜଳସ୍ତର ବଢ଼ିବାରୁ କାଠଯୋଡ଼ି ପଠାରେ ଫସିଲେ ଗୋରୁପଲ। ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସିଲେ ଗୋରୁପଲ।ଚରିବାକୁ ଯାଇଥିବା ବେଳେ କାଲିଠୁ ଫସି ରହିଛନ୍ତି ୨୦ରୁ ଅଧିକ ଗୋରୁ। ହୀରାକୁଦର ୨୪ ଗେଟ୍ ଖୋଲା ଥିବାରୁ ହଠାତ୍ ବଢ଼ିଛି ଜଳସ୍ତର।
କାଠଯୋଡ଼ି ପଠାକୁ ଚରିବାକୁ ଯାଉଥିବାବେଳେ ୨୦ରୁ ଅଧିକ ଗାଈ ପଲ କାଠଯୋଡ଼ି ମଧ୍ୟରେ ଫସି ଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଏବେ ଗୋରୁଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।