ଓଡ଼ିଆ ନ୍ୟୁଜ୍: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ପ୍ରେସ୍ମିଟ୍।ଇସ୍କନ ପାଖକୁ ପ୍ରାୟ ୧୦୦ ପୃଷ୍ଠାର ଦସ୍ତାବିଜ ପଠାଯାଇଛି। ବିଦ୍ବାନମାନଙ୍କ ମତକୁ ନେଇ ପ୍ରସ୍ତୁତ ଦସ୍ତାବିଜ ପଠାଯାଇଛି।ପ୍ରାୟ ୫୦ ବର୍ଷ ହେଲା ବଡ଼ ଭୁଲ ହୋଇ ସାରିଛି, ୧୯୬୭ରୁ ଆରମ୍ଭ।ଚଳିତ ବର୍ଷ ୨୦୨୫ରେ ତିଥି ବାହାରେ ୬୮ ସ୍ଥାନରେ ଇସ୍କନ ରଥଯାତ୍ରା କରିଛି।ଏପରି ନ କରିବା ପାଇଁ ଇସ୍କନ ସହ ବାରମ୍ବାର କଥାବାର୍ତ୍ତା କରିଛୁ। ବର୍ତ୍ତମାନ ସେମାନେ ଭାରତ ଭିତରେ ପରମ୍ପରା ମାନୁଛନ୍ତି। ମାତ୍ର ବିଦେଶରେ ସେମାନେ ପରମ୍ପରା ମାନୁ ନାହାନ୍ତି।କେବଳ ରଥଯାତ୍ରା ନୁହେଁ, ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି।ଭାରତ ଭିତରେ ସ୍ନାନଯାତ୍ରାରେ ମଧ୍ୟ ବ୍ୟତିକ୍ରମ କରୁଛନ୍ତି।
ଆଜି ମାୟାପୁରୀକୁ ଏନେଇ ବିସ୍ତୃତ ଭାବେ ଜଣାଇ ଦିଆଯାଇଛି।ମାୟାପୁରୀରୁ ଏନେଇ କ’ଣ ଜବାବ ଆସୁଛି ଅପେକ୍ଷା ରହିଛି।ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ପାଳନ ପାଇଁ ମହାପ୍ରଭୁ ନିଜେ କହିଛନ୍ତି।ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା ପାଇଁ ମହାପ୍ରଭୁ ନିଜେ କହିଛନ୍ତି।ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ନୁହଁନ୍ତି, ମଦନମୋହନ ହେଉଛନ୍ତି ଚଳନ୍ତି ପ୍ରତିମା।ଚତୁର୍ଦ୍ଧା ମୁରତି ଚଳନ୍ତି ପ୍ରତିମା ବୋଲି ଯେଉଁମାନେ ଭାବୁଛନ୍ତି, ଠିକ୍ ନୁହେଁ। କୌଣସି ପରିସ୍ଥିତିରେ ତିଥିକୁ ପରିବର୍ତ୍ତନ କରିପାରିବେ ନାହିଁ।ଜନ୍ମାଷ୍ଟମୀ କ’ଣ ମନ ଇଛା କରିପାରିବେ କି ବୋଲି ପଚାରିଲେ ଗଜପତି।