ଓଡ଼ିଆ ନ୍ୟୁଜ୍: ଭାରାରେ ବୁହାହେଲେ ରୋଗୀ।ମାଲକାନଗିରି ଜିଲ୍ଲାର ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡ଼ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଯାନବାହାନରେ ଯିବା କଷ୍ଟକର ହେଉଥିବା ବେଳେ ପାଦରେ ମଧ୍ୟ ଚାଲିବା ଏବେ ବିପଦକୁ ଡାକିବା ଭଳି ହୋଇଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ କାଦୁଅ ପଚପଚ ରାସ୍ତାରେ ଯିବା କଷ୍ଟସାଧ୍ୟ ହୋଇପଡିଛି।ତେବେ ତୁଳସୀ ଗାଁର ମଙ୍ଗଳଦେଇ ଦୁରୁଆ କୌଣସି ଏକ ରୋଗରେ ପଡ଼ି ଗୁରୁତର ହେବାରୁ ପରିବାର ଲୋକେ ଆମ୍ବୁଲେନସ ସହ ଯୋଗାଯୋଗ କରିଥିଲେ।
ତେବେ ସାଲିମି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ହରେକୃଷ୍ଣ ପାତିକା ନିଜେ ପାହାଡ଼ ଚଢ଼ି କାନ୍ଧରେ ରୋଗୀକୁ ବୋହିଥିଲେ। ଦୀର୍ଘ ୫ କିଲୋମିଟର ବାଟ ଭାରରେ ବୋହି ରୋଗୀ ମଙ୍ଗଳଦେଇଙ୍କୁ ଆମ୍ବୁଲେନସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। କାଦୁଅ ପଚ ପଚ ରାସ୍ତାରେ ପାହାଡ଼ ଉପରୁ ଓହ୍ଲାଇବା ବହୁ କଷ୍ଟ ଥିଲା ବୋଲି ସ୍ବାସ୍ଥ୍ୟ କର୍ମୀ ଶ୍ରୀ ପାତିକା କହନ୍ତି। କିନ୍ତୁ ଠିକ ସମୟରେ ଆମ୍ବୁଲେନସ ପର୍ଯ୍ୟନ୍ତ ପହଞ୍ଚାଇ ମଙ୍ଗଳଦେଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇପାରିଥିବା କୁହାଯାଇଛି।