ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ନିଶାନା !

0

ଓଡ଼ିଆ ନ୍ୟୁଜ୍: ବିଜେଡିରେ ବଡ କମ୍ପନ। ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା।କାହା ନାଁ ନ ନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ।‘ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ’।‘ଅନ୍ୟାୟ ବିଷୟ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ’।‘ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା’। ‘କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ’। ‘ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ’। କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ- ଶ୍ରୀମୟୀ।

ଶ୍ରୀମୟୀ କାହାକୁ ରାଜନୀତିରେ ‘ଧୃତରାଷ୍ଟ୍ର’ ଆଖ୍ୟା ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା।ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ ନିଶାନା ନବୀନଙ୍କ ଉଦ୍ଦେଶ୍ୟରେ ନା ଆଉ କିଏ ଅସ୍ପଷ୍ଟ।ମହିଳାଙ୍କୁ ନ୍ୟାୟ ମିଳୁ ନ ଥିବା ନେଇ ମଧ୍ୟ ଏକ ଭିଡିଓ ପୋଷ୍ଟ କରି ଆକ୍ଷେପ।ମହିଳାଙ୍କୁ ଅପମାନିତ କରିବା ବ୍ୟକ୍ତି ମହିଳା ସଶକ୍ତୀକରଣ ସ୍ଲୋଗାନ ଦେଲେ ଜନେ ହସନ୍ତି।ଅନ୍ୟାୟର ଶିଡ଼ି ଚଢ଼ୁଥିବା ବ୍ୟକ୍ତି ନ୍ୟାୟମୂର୍ତ୍ତି ପାଇଁ ଚେଷ୍ଟା କରନ୍ତି ଜନେ ହସନ୍ତି’।

Leave A Reply

Your email address will not be published.