ମାସ ଶେଷ କିମ୍ବା ଅକ୍ଟୋବରରେ ଗଣତି ମଣତି: ପୃଥ୍ବୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍:ରତ୍ନ ଭଣ୍ଡାର ଗଣତି ମଣତି ନେଇ ଆଇନ ମନ୍ତ୍ରୀଙ୍କ ସୂଚନା। ‘ଗଣତିମଣତି ଏଇ ମାସ ସୁଦ୍ଧା ଆରମ୍ଭ ହେବ ନଚେତ ଅକ୍ଟୋବରରେ ହେବ’।ଶ୍ରୀମନ୍ଦିର ପରିଚାଳନା କମିଟି ହୁଣ୍ଡି ସ୍ଥାନାନ୍ତର ପ୍ରସ୍ତାବ ଦେଇଛନ୍ତି।ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ ରହିଛି।‘ତାପରେ ଧାଡି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ’।

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ସଂପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଏହି କାମ ଚଳିତ ମାସରେ କରାଯିବା ପାଇଁ ଚେଷ୍ଟା କରାଯାଉଛି। ଅକ୍ଟୋବର ମଧ୍ୟରେ ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ଏକ ରିଜଲ୍ୟୁସନ ଆସିବ।

 

 

Leave A Reply

Your email address will not be published.