ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍

0

ଓଡ଼ିଆ ନ୍ୟୁଜ୍: ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମାରିଲା ପଇଁତରା । ନୀଳଚକ୍ର ଠାରୁ ସିଂହଦ୍ଵାର,ପୁଣି ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ପର୍ୟ୍ୟନ୍ତ ପରିକ୍ରମା ମାର୍ଗ ଉପରି ଭାଗରେ ପ୍ରାୟ ୧୫ ମିନିଟ କାଳ ପଇଁତରା ମାରିଥିବା ଦେଖିବାକୁ ମିଳିଛି । କେଉଁଠାରୁ ଡ୍ରୋନ ଅପରେଟ ହେଉଛି, କିଏ ଅପରେଟ୍ କରୁଛି ତାହା ଯାଞ୍ଚ କରୁଛି ପୋଲିସ ।

ଡ୍ରୋନ୍ କ୍ୟାମେରାରେ ଶ୍ରୀମନ୍ଦିରର ସମ୍ବେଦନଶୀଳ ସ୍ଥାନ ଗୁଡିକର ଟିକିନିଖି ଭିଜୁଆଲ ନିଆଯାଇଥିବା ଜଣାପଡିଛି । ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଥିବା ବେଳେ ଏହାକୁ କିଏ ଏବଂ କେଉଁଠାରୁ ଅପରେଟ୍ କରୁଥିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାକୁ ପୁରୀ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି ।

Leave A Reply

Your email address will not be published.