ଭୁଶୁଡ଼ିଲା ଦୋକାନ, ଜଣେ ମୃତ

0

ଓଡ଼ିଆ ନ୍ୟୁଜ୍: କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ଭୁଶୁଡ଼ି ପଡ଼ିଲା ଦୋକାନ ଘର। ୨ରୁ ୩ ଜଣ ଚାପି ହୋଇଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି।ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି। ଏଠାରେ ଥିବା ଏକ ମାର୍କେଟ୍‌ ପରିସସର ଛାତ ଭୁଶୁଡ଼ିବାରୁ ଜଣେ ପାନ ଦୋକାନୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ପି ଲୋକନାଥ। ଏହି ଅଘଟଣରେ ଅନ୍ୟ କିଛି ବ୍ୟକ୍ତି ଗୁରୁତର ଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା। ଭଗ୍ନାବଶେଷ ତଳୁ ‌ଗୁରୁତରଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପି ଲୋକନାଥଙ୍କର ମୃତ୍ୟୁ ଘଟିଛି। ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.