ଓଡ଼ିଆ ନ୍ୟୁଜ୍: ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।ମଣିପୁରର ସାହସ ଓ ବୀରତ୍ୱର ଭୂମି।ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି।ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି,ମୁଁ ଧନ୍ୟବାଦ ଜଣାଉଛି।ମଣିପୁର ନାମରେ ‘ମଣି’ ଶବ୍ଦ ରହିଛି।’ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ।ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି।ପ୍ରାୟ ୭,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ମଣିପୁର ଏକ ସୀମାନ୍ତ ରାଜ୍ୟ, ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ।ମୁଁ ଭଲଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣ ଅସୁବିଧାରେ।ମଣିପୁରରେ ରାସ୍ତା ଓ ରେଳପଥ ପାଇଁ ବଜେଟ୍ ବୃଦ୍ଧି କରାଯାଇଛି। ଗାଁଗୁଡ଼ିକୁ ରାସ୍ତା ସହ ସଂଯୋଗ କରିବା ପାଇଁ ପ୍ରୟାସ କରାଯାଇଛି। ମଣିପୁରରେ NH ପାଇଁ ୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ନୂଆ ରାଜପଥ ନିର୍ମାଣ ପାଇଁ ୮,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।୭-୮ ବର୍ଷ ପୂର୍ବେ ମାତ୍ର ୨୫-୩୦ ହଜାର ଘରେ ପାଇପ୍ ଜଳ ପହଞ୍ଚୁଥିଲା।ଆଜି ୩.୫ ଲକ୍ଷରୁ ଅଧିକ ଘରେ ନଳରୁ ଜଳ ଯୋଗାଣର ସୁବିଧା ମିଳୁଛି।