ମହାନଦୀରେ ପୁତୁରା ମୃତ ଦାଦା ନିଖୋଜ

0

ଓଡ଼ିଆ ନ୍ୟୁଜ୍: ମହାନଦୀରେ ବୁଡ଼ି ପୁତୁରା ମୃତ, ଦାଦା ନିଖୋଜ।ଶୁଦ୍ଧିକ୍ରିୟା ବେଳେ ତାର୍ତ୍ତୋଲ ବ୍ରିଜ ନିକଟରେ ଅଘଟଣ।ପ୍ରଥମେ ପୁତୁରା ବୁଡ଼ି ଯାଇଥିଲେ, ଉଦ୍ଧାର କରିବାକୁ ଯାଇ ଦାଦା ନିଖୋଜ। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି।ଦଶାହଘାଟରେ ପୁଣି ଅଘଟଣ ଘଟିଛି। ମହାନଦୀଘାଟରେ ଦଶାହ କର୍ମ ସମୟରେ ବଡ଼ବାପା ଓ ପୁତୁରା ବୁଡ଼ି ଯାଇଛନ୍ତି। ଏହି ଘଟଣାରେ ପୁତୁରାର ମୃତ୍ୟୁ ଘଟିଥିବା ବେଳେ ବଡ଼ବାପା ନିଖୋଜ ଅଛନ୍ତି। ମୃତ ବ୍ୟକ୍ତି ହେଲେ ଅକ୍ଷୟ କୁମାର ଜେନାଙ୍କ ପୁଅ (୨୨) ଓ ନିଖୋଜ ବ୍ୟକ୍ତି ହେଲେ ସମ୍ପଦ ଜେନା।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ଥାନା ଅଧୀନ କୋଲର ଅଞ୍ଚଳର ସମ୍ପଦ ଜେନା ଓ କାହ୍ନା ଜେନାଙ୍କ ସଂପର୍କୀୟଙ୍କ ମୃତ୍ୟୁ ଯୋଗୁଁ ଆଜି ମହାନଦୀର ଏକ ଘାଟରେ ଦଶାହ କର୍ମ ଥିଲା। ଏହି ଅବସରରେ ସେମାନେ ଗାଧୋଇବା ସମୟରେ ପ୍ରଖର ଜଳସ୍ରୋତ ଉଭୟଙ୍କୁ ଭସାଇ ନେଇଥିଲା। ଦୁଇ ଜଣ ବ୍ୟକ୍ତି ନିଖୋଜ ହେବା ନେଇ ଅନ୍ୟମାନେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

Leave A Reply

Your email address will not be published.