ଓଡ଼ିଆ ନ୍ୟୁଜ୍: ଝାଡ଼ଖଣ୍ଡରେ ପୁଲିସ୍-ମାଓବାଦୀ ମଧ୍ୟରେ ଏନ୍କାଉଣ୍ଟର, ଟପ୍ ମାଓ ନେତା ମୁଖଦେବ ଯାଦବ ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ ମୃତ । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର । ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର ।CRPF ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନ୍ ବେଳେ ମୃତ ।
ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡରେ ମୁଖଦେବ ପ୍ରାଣ ହରାଇଛି । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ଟିଏସ୍ପିସି ମଧ୍ୟରେ ହୋଇଥିବା ସଂଘର୍ଷରେ ଯାଦବ ନିହତ ହୋଇଛି । ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍ପି ରେଶମା ରାମେଶନ, ଅତିରିକ୍ତ ଏସ୍ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା ।