ଓଡ଼ିଆ ନ୍ୟୁଜ୍: ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର।ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର।ଅକ୍ଟୋବର ୨୬ ତାରିଖରେ ସାରସ୍ବତ ସମାବେଶରେ ସମ୍ମାନିତ ହେବେ।ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ପାକ୍ଟ ପକ୍ଷରୁ ଶାରଳା ପୁରସ୍କାର ଦିଆଯାଉଛି। ୨ ବିଶିଷ୍ଟ ବ୍ୟକ୍ତି ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ।ଚିତ୍ରଶିଳ୍ପୀ ବଳଦେବ ମହାରଥା, ସଙ୍ଗୀତଗୁରୁ ରାମହରି ଦାସ ପାଇବେ।ପୁରସ୍କାର ବାବଦକୁ ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମିଳିବ।
ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏଥର ଶାରଳା ପୁରସ୍କାର ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟର ପୁସ୍ତକ ଗୁଡ଼ିକ ଥିଲା ଦେବଦାସ ଛୋଟରାୟଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’, ଅପର୍ଣ୍ଣା ମହାନ୍ତିଙ୍କ କବିତା ସଂକଳନ ‘ଅପର୍ଣ୍ଣା ମହାନ୍ତିମାନଙ୍କ ପାଇଁ କବିତା’, ମମତା ଦାଶଙ୍କ କବିତା ସଂକଳନ ‘ଭୂମି ସ୍ପର୍ଶ’, ପଦ୍ମଜ ପାଳଙ୍କ ଉପନ୍ୟାସ ‘ସୀତା ମୁଁ ସୀତା’, ପଦ୍ମଜ ପାଳଙ୍କ ଗଳ୍ପ ସଂକଳନ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ କବିତା ସଂକଳନ ‘ବିଶ୍ୱାସ ଦେ ପୃଥ୍ୱୀ’, ବିଜୟ କୁମାର ଶତପଥୀଙ୍କ ନାଟକ ‘ଅନ୍ଧାରର ବିଭୀଷିକା’ ।