ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ

0

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ।ବିଧାନସଭା ପରିସରରେ ୩୦ ପ୍ଲାଟୁନ୍ ପୋଲିସ ମୁତୟନ।ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି।୫ଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍, ଦାୟିତ୍ଵରେ ୧୫୦ ଅଧିକାରୀ।କରାଯାଇଥିବା ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ଦେଇ ପୁଲିସ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଓ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି ଯେ, ମୌସୁମୀ ଅଧିବେଶନ ପାଇଁ ୩୦ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି। ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି। କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବା। ୧୫୦ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବ।

Leave A Reply

Your email address will not be published.