ଅନ୍ତର୍ଜାତୀୟ ମାଗାଜିନ୍‌ରେ ଶିମିଳିପାଳର କଳାବାଘ

0

ଓଡ଼ିଆ ନ୍ୟୁଜ୍: ଅନ୍ତର୍ଜାତୀୟ ମାଗାଜିନ୍‌ର କଭରପେଜ୍‌ରେ ଓଡ଼ିଶାର କଳାବାଘ।‘ନ୍ୟାସନାଲ ଜିଓଗ୍ରାଫିକ୍‌’ ମାଗାଜିନ୍‌ରେ ସ୍ଥାନ ପାଇଲା କଳାବାଘ। କଳା ରଙ୍ଗ ପାଇଁ ଚର୍ଚ୍ଚାରେ ଶିମିଳିପାଳର ମହାବଳ ବାଘ।ଶିମିଳିପାଳରେ ମୋଟ ୧୮ ଟି କଳା ମହାବଳ ଅଛନ୍ତି। କଳା ମହାବଳ ମଧ୍ୟରୁ ୯ଟି ପୁରୁଷ ବାଘ ଓ ୯ଟି କଳା ବାଘୁଣୀ ରହିଛନ୍ତି। ଏହାକୁ ମିଶାଇ ଏବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ଥିବା ଜଣାପଡିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖ୍ୟା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେପଟେ ଅନ୍ତର୍ଜାତୀୟ ମାଗାଜିନ୍ ର କଭରପେଜ୍ ରେ ଓଡ଼ିଶାର କଳାବାଘ ସ୍ଥାନ ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଏବେ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବାଘ। ସେଥିମଧ୍ୟରୁ ୬ଟି ବାଘ ଶାବକ ରହିଥିବା ଜଣାପଡିଛି। ଚଳିତ ବର୍ଷ କ୍ୟାମେରା ଟ୍ରାପ୍‌ରୁ ବାଘସଂଖ୍ୟା ସ୍ପଷ୍ଟ ହୋଇଥିଲା। ଜଙ୍ଗଲର କଳାବାଘ ଏବେ କଳା ରାଜା ଭାବରେ ଜଣାଶୁଣା। ତେବେ ବେଙ୍ଗଲ ଟାଇଗରର ଏକ ବିରଳ ପ୍ରକାର ହେଉଛି ‘କଳା ମହାବଳ ବାଘ’। ତେବେ କଳା ବାଘ କୌଣସି ଅଲଗା ପ୍ରଜାତି ନୁହେଁ, କେବଳ ରଙ୍ଗ ଭିନ୍ନ ବୋଲି ଜଣାପଡିଛି। ଅନ୍ୟ ମହାବଳ ଭଳି ଏହି ବାଘ ବି ବଳୀୟାନ୍‌। ଜଙ୍ଗଲରେ ସବୁବେଳେ ରାଜା ଭଳି ରହିବାକୁ ଭଲ ପାଏ କଳାବାଘ। ଅନ୍ୟମାନଙ୍କଠାରୁ ଭିନ୍ନତା ଥିବାରୁ ନିଜକୁ ବଳଶାଳୀ ପ୍ରମାଣିତ କରାଏ।

Leave A Reply

Your email address will not be published.