ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ମୋଦି କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍। ବର୍ଷା ସମ୍ଭାବନାକୁ ନେଇ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ। ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ହୋଇପାରେ ମୋଦିଙ୍କ କାର୍ଯ୍ୟକ୍ରମ।ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ସୂଚନା।ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇପାରେ। ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମର ସ୍ଥାନ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମୁଲିପାଲି ପଡ଼ିଆରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। କିନ୍ତୁ ଏନେଇ କୌଣସି ବିଜେପି କିମ୍ବା ସରକାରୀସ୍ତରରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଏନେଇ ଗତକାଲି ପୁଲିସ ଡିଜି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏପଟେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମଧ୍ୟ ସମୀକ୍ଷା କରିଥିଲେ। ରଙ୍ଗେଇଲୁଣ୍ଡାରେ ଯେଉଁ ଟେଣ୍ଟ୍ ବନ୍ଧା ଯାଇଥିଲା, ତାକୁ ଖୋଲି ଦିଆଯାଉଛି । ଟେଣ୍ଟ୍ ଖୋଲିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଆସିଛି। କିନ୍ତୁ କୌଣସି ଅଫିସିଆଲ୍ ନିର୍ଦ୍ଦେଶ ଆସିନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

Leave A Reply

Your email address will not be published.