ବାଣ ବିସ୍ଫୋରଣ, ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

0

ଓଡ଼ିଆ ନ୍ୟୁଜ୍: ପୁରୁଣାକଟକ ଅଂଚଳରେ ବାଣ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି। ଜିଆକଟା ଓ ଛତ୍ରପୁର ଗାଁ ମଧ୍ୟ ଭାଗରେ ବିସ୍ଫୋରଣର ଭୁଶୁଡ଼ିଲା ଘର।୨ ଜଣ ମୃତ, ଜଣେ ମହିଳା ନିଖୋଜ, ୮ରୁ ଅଧିକ ଗୁରୁତର।ଭଙ୍ଗା ଘର ତଳେ ଲୋକେ ଚାପି ହୋଇ ରହିଥିବା ସନ୍ଦେହ।ଓଡ୍ରାଫ, ପୋଲିସ୍, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି।ସୂଚନା ଅନୁଯାୟୀ, ଜିଆଁକଟାର ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ ବାଣ ଗଚ୍ଛିତ ରଖିଥିଲେ। କୌଣସି କାରଣବଶତଃ ଆଜି ଦିନ ୧୧ଟା ସମୟରେ ବାଣ ଫୁଟି ଯାଇଥିଲା। ଫଳରେ ଗୋଦାମରେ ଗଚ୍ଛିତ ବ୍ୟାପକ ବୋମା ବିସ୍ଫୋରଣ ହେବାରୁ ଅନେକଗୁଡ଼ିଏ ଘର ଛାତସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି।

ଏଥିରେ 2ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏଭଳି ବଡ଼ଧରଣର ବିସ୍ଫୋରଣ ଯୋଗୁଁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ବ୍ୟାବସାୟିକ ପ୍ରତିଷ୍ଠାନ କାଚ ଭାଙ୍ଗିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.