୨୭ରେ ଝାରସୁଗୁଡ଼ା ଆସିବେ ମୋଦି

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୭ରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି।ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ଅମଲିପାଲି ପଡିଆରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ସହ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଲଘୁଚାପ ଯୋଗୁଁ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ପବନକୁ ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଛି ।

ତେଣୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନରେନ୍ଦ୍ର ମୋଦିଙ୍କ ଗସ୍ତ ଚୂଡ଼ାନ୍ତ ହୋଇଛି । ମୋଦିଙ୍କ ଗସ୍ତ ଅବସରରେ ଯୁବ ସମାବେଶ କରିବ ବିଜେପି । ମଙ୍ଗଳବାର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଦବ ଝାରସୁଗୁଡାରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.