ଲଦାଖ ହିଂସା, ୪ ମୃତ ୭୦ ଆହତ

0

ଓଡ଼ିଆ ନ୍ୟୁଜ୍: ଲଦାଖରେ ହିଂସାକାଣ୍ଡ ୪ ମୃତ, ୭୦ରୁ ଅଧିକ ଆହତ। ପୂର୍ଣ୍ଣକାଳୀନ ରାଜ୍ୟ ମାନ୍ୟତା ଦାବି କରି ହିଂସାକାଣ୍ଡ।୧୫ ଦିନ ଧରି ଆମରଣ ଅନଶନରେ ବସିଥିଲେ ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକ। ଆଜି ବିରୋଧ ପ୍ରଦର୍ଶନ ହିଂସାର ରୂପ ଗ୍ରହଣ କରିଥିଲା।ଲେହରେ ଥିବା ବିଜେପି କାର୍ଯ୍ୟାଳୟକୁ ନିଆଁ ଲଗାଇଲେ ବିକ୍ଷୋଭକାରୀ।୨୦୧୯ରେ ଜମ୍ମୁ କାଶ୍ମୀର ବିଭାଜିତ ହୋଇ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲା।

ସୂଚନା ଅନୁଯାୟୀ, ପ୍ରଦର୍ଶନକାରୀମାନେ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ପରିସ୍ଥିତି ଖରାପ ହେଉଥିବା ଦେଖି କର୍ତ୍ତୃପକ୍ଷ ସହରରେ କର୍ଫ୍ୟୁ ଜାରି କରିଛନ୍ତି। ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ରୋକ୍ ଲଗାଯାଇଛି।

Leave A Reply

Your email address will not be published.