ବିଧାନସଭାରେ CAG ରିପୋର୍ଟ ଉପସ୍ଥାପିତ

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ଉପସ୍ଥାପିତ ହେଲା CAG ରିପୋର୍ଟ।ଗୃହରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସପ୍ତଦଶ ବିଧାନସଭାର ଅଧିବେଶନର‌ ଶେଷ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ଏହି ରିପୋର୍ଟ ଆଗତ କରିଛନ୍ତି। ସିଏଜି ରିପୋର୍ଟକୁ ନେଇ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ଏନେଇ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେବେ।  ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)କୁ ନେଇ CAGରେ ସାଂଘାତିକ ତଥ୍ୟ। ୨୦୧୮-୨୩ ମଧ୍ୟରେ ୧୧ଟି ନମୁନାଭୁକ୍ତ ITDA ପାଖରେ ଉପଲବ୍ଧ। ୧୭୦୯.୪୭ କୋଟିରୁ ଖର୍ଚ୍ଚ ୧୧୯୦.୦୪ କୋଟି; ଯାହା କେବଳ ୭୦%।ଏହା ITDAଗୁଡ଼ିକର ଖରାପ ଖର୍ଚ୍ଚ ଦକ୍ଷତାକୁ ବୁଝାଉଛି।କୌଣସି ITDA ବାର୍ଷିକ ହିସାବ ପ୍ରସ୍ତୁତ କରି ନଥିବା ଦର୍ଶାଯାଇଛି। ଜେଇ/ଏଇଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ମାର୍ଗଦର୍ଶିକା ଅନୁସାରେ ନଥିଲା। ଜେଇ/ଏଇ ନିଜ ଆକଉଣ୍ଟରୁ ୧୪୮.୭୫ କୋଟି ଅପବ୍ୟବହାର କରିଛନ୍ତି।ପାରଳାଖେମୁଣ୍ଡି ସ୍ଥିତ ITDA କ୍ଷମତା ବର୍ହିଭୂତ କାର୍ଯ୍ୟ କରିଛି।ପ୍ରଶାସନିକ ଅନୁମୋଦନ ୭୩.୬୦ ଲକ୍ଷ; ମାତ୍ର ସାମଗ୍ରୀ କିଣା ୩.୭୪ କୋଟି।

Leave A Reply

Your email address will not be published.