ଆସନ୍ତା ୧ରେ ପୁଣି ଲଘୁଚାପ!

0

ଓଡ଼ିଆ ନ୍ୟୁଜ୍: ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା। ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା। ୩୦ରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ।ପ୍ରଭାବରେ ଉତ୍ତର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର।ଫଳରେ ଦଶହରା ବେଳକୁ ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଶଙ୍କା କରାଯାଉଛି ।

ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରିଛି । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୁରଭଞ୍ଜ କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.